ଜାଲିଆତିରେ ଉବୁଟୁବୁ ବଡ଼ଚଣା ଉପନିବନ୍ଧକ କାର୍ଯ୍ୟାଳୟ !
ବଡ଼ଚଣା,: ଜମି ଖର୍ଦ୍ଦି-ବିକ୍ରି ପୂର୍ବରୁ ଜମିର ସତ୍ତ୍ୱ ସତ୍ୟ ଜଣିବାର ଆବଶ୍ୟକତା ରହିଛି । କୌଣସି ତ୍ରୁଟି ବିଚୁ୍ୟତ ଥିଲେ ଜମି ଖର୍ଦ୍ଦି-ବିକ୍ରି କରିବା ନିୟମ ବିରୋଧି । ହେଲେ ବଡ଼ଚଣା ଉପନିବନ୍ଧ କାର୍ଯ୍ୟାଳୟରେ ଏହା ସମ୍ଭବପର ହୋଇପାରୁଛି ।
ଦଲାଲଙ୍କ ସହ ସାମିଲ ହୋଇ କାର୍ଯ୍ୟାଳୟକୁ କିଛି କର୍ମଚାରୀ ଏଭଳି କରିବାକୁ ସମର୍ଥ ହେଉଥିବା ବେଳେ କୋର୍ଟରେ ମାମଲା ବିଚାରଧିନ ଥିବା ସମୟରେ ଜମି ବିକ୍ରି ହେବାଭଳି ଘଟଣା ନଜରକୁ ଆସିଛି । ବଡ଼ଚଣା ଥାନା ଅଧୀନରେ ଥିବା ମୌଜା କଡ଼ାଇର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତାଙ୍କ ସାଜି ଘରବାରି ସମ୍ପତ୍ତିର ବଣ୍ଟନ ହେବାକୁ ଥିବା ସିଭିଲ କେସ-୨୨୦/୨୦୧୬ ମାନ୍ୟବର ଅଦାଲତରେ ବିଚାରାଧୀନ ଥିବା ଏବଂ ସତ୍ୱ ଉପରେ ୧୪୪ ଧାରା ବଳବତର ଥିବା ସମୟରେ କିଛି ଜମି ଦଲାଲ ଓ ଅନ୍ୟ ଅଂଶୀଦାର ଚଞ୍ଚକତା କରି ଜମି ବିକ୍ରି କରିଦେଇଥିବାର ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଉପରେ ଜିଲାପାଳ କାର୍ଯ୍ୟାଳୟ କି ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ତ ସମୟ କହିବ, ହେଲେ କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ଉନିବନ୍ଧକ କାର୍ଯ୍ୟାଳୟ ଜମି ବିକ୍ରି ଭଳି ସାଂଘାତିକ ସ୍ୱିକୃତି ଦେଲେ ବିପରି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ହୁଏ ଉପନିବନ୍ଧକ ଦାଇତ୍ୱରେ ଥିବା କର୍ମଚାରୀ ଏବଂ ରାଜସ୍ୱ ନିରୀକ୍ଷକ ଏଦିଗରେ ସମସ୍ତ ଆଇନ ବ୍ୟବସ୍ଥାକୁ ନଜରଅନ୍ଦାଜ କରିଛନ୍ତି । ଜାଲିଆତି ବଳରେ କାର୍ଯ୍ୟାଳୟରେ ଏଭଳି ଭାବେ ଜମି ବିକ୍ରି-ଖର୍ଦ୍ଦି ହେଉଥିବାର ଅଭିଯୋଗ ହେଉଛି । ଆଉ ଦଲାଲଙ୍କ ମାଧ୍ୟମରେ ଅଧିକାରୀ ଫାଇଦା ନେଉଛନ୍ତି । କିଛି ଅସାଧୁ ଏବଂ ଦଲିଲ ଲେଖକ ଏହି କାମରେ ଧୁରନ୍ଧର ଥିବା ବ୍ୟକ୍ତି ମୂଲ ଚାଲ କରି ଏଭଳି ବେଆଇନ କାର୍ଯ୍ୟ କରି ଖସିଯାଉଛନ୍ତି । ଏଥି ପ୍ରତି ଜିଲା ପ୍ରଶାସନ ଓ ଓଡିଶା ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଏଦିଗରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।